Odia Christian Song Lyrics
SONG NO. 1
ସୁସମାଚାରକୁ ନେଇ ପ୍ରତି ଗାଁକୁ ଯିବା ·
ମଣ୍ଡଳୀ ଠିଆ ହେବ ସଫଳ ଆମେ ହେବା
ଏଇ ... ଏଇ... ଏଇ ଆମର ଲକ୍ଷ୍ୟ ... (୧)
୧. ଆସିବ କେତେ ଝଡ଼ଝଞ୍ଜା ପଛକୁ କେବେ ନ ହଟିବା
ଆପଣା କୃଶ ବହନ କରି ସତ୍ୟ ପଥ ଦେଖାଇବା
ବଢ଼ିଚାଲିବା ଆଗେ ଆଗେ ସୁସମାଚାର ପହଞ୍ଚାଇବା ।
୨. ଖ୍ରୀଷ୍ଟ ଆମ ଚିର ସାଥୀ ଆମ ସଙ୍ଗେ ସଦା ରୁହନ୍ତି
ସେ ଅଟନ୍ତି ଆମ ଶକତି ଦୂର ହେବ ସକଳ ଭିଭି
ବଢ଼ିଚାଲିବା ଆଗେ ଆଗେ ସୁସମାଚାର ପହଞ୍ଚାଇବା ।
SONG NO. 2
ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର,
ଆମେ ଯୀଶୁଙ୍କର – ୨
ଦେଖି ଆମ ପ୍ରେମ ଏ ଜଗତ ଜାଣୁ - ୨
ଆମେ ଯୀଶୁଙ୍କର – ୨
୧. ଈଶ୍ଵରଙ୍କଠାରେ ଆମେ ସର୍ବେ ଏକ
ପ୍ରାର୍ଥନା ବିଶ୍ୱାସେ ସାଜି ସଇନିକ
ଆମ କାମ ଦେଖି ଜଗତ ଜାଣିବ
ଆମେ ଯୀଶୁଙ୍କର – 9
୨. ଦେଖାଇବୁ ପଥ ଆମେ ଅନ୍ଧକାରେ
କ୍ଷମିଯିବୁ ଶତ୍ରୁ ପୁଣି ପ୍ରେମ ଭରେ
ସେହି ପ୍ରେମ ଦେଖି ଜଗତ ଜାଣିବ-୨
ଆମେ ଯୀଶୁଙ୍କର -୨
୩. ପ୍ରଶଂସା କରିବୁ ରାଜା ରାଜାଙ୍କର
ପିତା, ପୁତ୍ର ପୁଣି ପବିତ୍ରାତ୍ମାଙ୍କର ଆତ୍ମାଙ୍କର
ଦେଖି ସେ ପ୍ରଶଂସା ସରବେ ଜାଣିବେ ଆମେ ଯୀଶୁଙ୍କର-୨
SONG NO. 3
ହାଲେଲୁୟା ମୁଇଁ ଗାଉଥମି,
ଯୀଶୁ ତୋର ଲାଗି ତୋର ଲାଗି-୨
ବିପଦ୍ ବେଳେ ବି ହାଲ୍ଲେଲୁୟା,
ଆପଦ୍ ବେଳେ ବି ହାଲେଲୁୟା-୨
ଖୁସିର ବେଳେ ବି ହାଲ୍ଲେଲୁୟା,
ଦୁଃଖ ପଡ଼ଲେ ବି ହାଲୁୟା-୨
ଯେନ୍ ଠାନେ ଥମି ହାଲ୍ଲେଲୁୟା,ଯାହା କରୁଥୁମି ହାଲ୍ଲେଲୁୟା
ହାଲେଲୁୟା ମୁଇଁ ଗାଉଥମି,ଯୀଶୁ ତୋର ଲାଗି ତୋର ଲାଗି
ହାଲେଲୁୟା ମୁଇଁ ଗାଉଥମି,ଯୀଶୁ ତୋର ଲାଗି ତୋର ଲାଗି
ସବୁବେଳେ ଗାଏମି ହାଲ୍ଲେଲୁୟା,ମନେକେ ବୁଝାମି ହାଲ୍ଲେଲୁୟା
ଯି ଯାଗି ଥିଲେ ହାଲେଲୁୟା,ମରିହଜି ଗଲେ ହାଲ୍ଲେଲୁୟା
ରୋଗ ବେମାର ଥୁବି ହାଲ୍ଲେଲୁୟା
ଭଲଥିଲେ ଗାଏମି ହାଲେଲୁୟା-୨
ହାଲେଲୁୟା ମୁଇଁ ଜପୁଥମି,ଯୀଶୁ ତୋର ଲାଗି ତୋର ଲାଗି-୨
ହାଲେଲୁୟା ମୁଇଁ ଜପୁଥମି,ଯୀଶୁ ତୋର ଲାଗି ତୋର ଲାଗି-୨
ସଖାଳୁ ଉଠିଲେ ହାଲ୍ଲେଲୁୟା
ବେଲବୁଡ଼ି ଗଲେ ହାଲେଲୁୟା
ମନେ ମନେ ଗାଏମି ହାଲ୍ଲେଲୁୟା
ସବକୁ ସୁନାମି ହାଲ୍ଲେଲୁୟା
ଯୀଶୁରାଜା ଆଏବେ ହାଲେଲୁୟା,
ଆମକୁ ନେଇଯିବେ ହାଲେଲୁୟା-୨
ହାଲେଲୁୟା ମୁଇଁ ଗାଉଥମି,ଯୀଶୁ ତୋର ଲାଗି ତୋର ଲାଗି।
SONG NO. 4
ଆମେ ରକ୍ତକ୍ରୀତ,ତାଙ୍କ ରକ୍ତ ଧୌତ
ଯୀଶୁଙ୍କ ଅମୂଲ୍ୟ ରକ୍ତରେ
ଆମେ ସବୁ ଏକ ସାଧୁଙ୍କ ସହିତ
ଯୀଶୁଙ୍କ ଅମୀୟ ପ୍ରେମରେ
ଆମେ ସବୁ ମେଷ,ଗୋଟିଏ ପଲର
ଏକ ହିଁ ବିଶ୍ବାସ,ଏକ ପରିବାର
ଯୀଶୁ ହିଁ ପାଳକ ଆମର।
୧. ଏକ ଶରୀରେ ଆମେ ସଂଯୁକ୍ତ,ଖ୍ରୀଷ୍ଟପ୍ରଭୁ ଆମ ମସ୍ତକ
ସ୍ଵର୍ଗ ଆମ ଚିର ଦିବ୍ୟ ଧାମ,ଆମେରେ ସଭିଏଁ ମନୋନୀତ
ଆମେ ନିମନ୍ତ୍ରିତ,ଆମେ ସବୁ ମେଷ ...
୨. ଧାର୍ମିକତା ଆମ ବସନ,ସତ୍ୟ ଆମ କଟି ବନ୍ଧନ
ଭ୍ରାତୃପ୍ରେମ ଅଟେ ଚିହ୍ନ ଆମ,
ସେବା ହିଁ ଜୀବନେ ସୁମହତ
ସେବା ଆମ ବ୍ରତ, ଆମେ ସବୁ ମେଷ
୩. କନ୍ୟା ରୂପେ ଆମେ ଆହୂତ,
ଆତ୍ମାଗୁଣେ ହୁଅ ଶୋଭିତ,
ଶୁଭେ ତାଙ୍କ ଗୀତି ଆଗମନ
ହୁଅ ହେ ସକଳେ ପୁଲକତି
ହୁଅ ହେ ପ୍ରସ୍ତୁତ, ଆମେ ସବୁ ମେଷ ...
SONG NO. 5
ଯୀଶୁ ତୁମେ ମୋର ଆଶା ଗଉରବମୟ ଭରସା
ତୁମେ ମୋ’ ବିଶ୍ଵାସଭୂମି, ମୋର ମୁକତି ସରଣୀ
ତୁମଠାରେ ରଖିଛି ମୁଁ ଦୃଢ଼ ଭରସା
ଯୀଶୁ ତୁମେ ମୋର ଆଶା – ୩
୧. ଆସୁ ଦୁଃଖ ନଇରାଶ,ଅବା ଘେରୁ ଜରା କେଶ
ବିଶ୍ବାସେ ପ୍ରତିଦିନ କାଟୁଥବି ଏ ଜୀବନ
ତୁମେ ମୋ ବିଶ୍ଵାସ ଭୂମି ମୋର ମୁକତି ସରଣୀ
ତୁମଠାରେ ରଖିଛି ମୁଁ ଦୃଢ଼ ଭରସା
ଯୀଶୁ ତୁମେ ମୋର ଆଶା – ୩
୨. ଯଦି ନିନ୍ଦା ଅପମାନ ଦିଏ ଶତ୍ରୁ ଶୟତାନ
ହେବି ନାହିଁ ଭୟଭୀତ ଗାଉଥିବି ଜୟଗୀତ
ତୁମେ ମୋ ବିଶ୍ଵାସଭୂମି ମୋର ମୁକତି ସରଣୀ
ତୁମ ଠାରେ ରଖିଛି ମୁଁ ଦୃଢ଼ ଭରସା
ଯୀଶୁ ତୁମେ ମୋର ଆଶା-୩
SONG NO. 6
କର ତାଙ୍କ ଧନ୍ୟବାଦ,ଧନ୍ୟବାଦ ଧନ୍ୟବାଦ
ହେ ମୋହର ମନ,ମନ ପ୍ରାଣ ସବୁ କିଛି ମୋର
କର ତାଙ୍କ ପବିତ୍ର ନାମର ସ୍ତୁତିଗାନ
ହେ ମୋହର ମନ,ନ ପାସୋର ତାଙ୍କ ଦାନ।
୧. କ୍ଷମା କରନ୍ତି ସେ ତୋର ପାପ ସବୁ
ସୁସ୍ଥ କରନ୍ତି ତୋହର ରୋଗ ସବୁ
ବିପଦରୁ ତୋତେ କରନ୍ତି ଉଦ୍ଧାର
ଶିରେ ତୋ ଦିଅନ୍ତି ଦୟା ମୁକୁଟ।
୨. ସଦାପ୍ରଭୁ ସ୍ନେହଶୀଳ କୃପାମୟ
କ୍ରୋଧରେ ଧୀର ସେ ଚିର ଦୟାମୟ
କରିଛନ୍ତି ଦୂର ଅଧର୍ମ ଆମର
ପୂର୍ବରୁ ପଶ୍ଚିମ ଯେତିକି ଦୂର-୨
୩. ଅନିତ୍ୟ ଏହି ଜୀବନ ତୃଣ ପରି
ଦେଖୁ ଦେଖୁ ଝଡ଼ି ପଡ଼େ ଫୁଲ ପରି
ତଥାପି ଲଭନ୍ତ ତାଙ୍କ ଭକ୍ତଜନ
ଅସୀମ କରୁଣା ମଙ୍ଗଳଦାନ
SONG NO. 7
ଯୀଶୁ ଡାକନ୍ତି ତୋତେ-୨
ଆବୋରି ନେବାକୁ ପ୍ରେମିକ ବାହୁରେ
ଯୀଶୁ ଡାକନ୍ତି ତୋତେ।
୧. ଦୁଃଖ ନିରାଶାରେ ସିଏ ଦେବେ ଶାନ୍ତି
ସମର୍ପି ଦେଲେ ତୁ ଜୀବନ ତୋହର
ଅସୀମ ଆନନ୍ଦ ଦେବେ ତୋତେ।
୨. ଲୁହ ପୋଛି ଦେଇ,ରକ୍ଷା କରିବେ ତୋର
ନୟନ ପିତୁଳା ତୁ ହେବୁ ତାଙ୍କର
ରକ୍ଷା ସେ କରିବେ ନିଶ୍ଚେ ତୋତେ।
୩. ତୁ ଦେଲେ ତୋ ଜୀବନ,ସିଏ ଦେବେ ଶକ୍ତି
ଯୀଶୁ ତୋର ମୁକ୍ତି,ଯୀଶୁ ତୋ ସହାୟ
ଅନନ୍ତ ଜୀବନ ଦେବେ ତୋତେ।
SONG NO. 8
ସଦା ପ୍ରଭୁଙ୍କ ଧନ୍ୟବାଦ କର କାରଣ ସେ ମଙ୍ଗଳମୟ-୨
କାରଣ ତାହାଙ୍କର ଦୟା ଅନନ୍ତକାଳ ସ୍ଥାୟୀ-୨
୧. ଦେବମାନଙ୍କ ଦେବଙ୍କର ଧନ୍ୟବାଦ କର
ରାଜାମାନଙ୍କ ରାଜାଙ୍କ ଧନ୍ୟବାଦ କର
କାରଣ ତାହାଙ୍କର ଦୟା ଅନନ୍ତକାଳ ସ୍ଥାୟୀ
୨. ସ୍ଵର୍ଗର ପରମେଶ୍ଵରଙ୍କ ଧନ୍ୟବାଦ କର
ପ୍ରଭୁମାନଙ୍କର ପ୍ରଭୁଙ୍କର ଧନ୍ୟବାଦ କର
କାରଣ ତାହାଙ୍କର ଦୟା ଅନନ୍ତକାଳ ସ୍ଥାୟୀ
SONG NO. 9
ହେ ସକଳ ଦେଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ବନି କର
ଆସ ଦୃଷ୍ଟଚିତେ ସେବା କର ସର୍ବେ ମହାମହିମ ପ୍ରଭୁଙ୍କର
ଆନନ୍ଦ ଉଲ୍ଲାସେ ଗାନ କରୁ କରୁ ଶ୍ରୀ ଛାମୁରେ ପ୍ରବେଶ କର
୧. ହୁଅ ସର୍ବେ ଜ୍ଞାନ ପ୍ରଭୁ ଯେ ଈଶ୍ବର
ସେ ଆମ ନିର୍ମାଣ ଆମେ ତାହାଙ୍କର,ଆମେ ତାହାଙ୍କର–୨
ମେଷ ତାଙ୍କ ଚରା ଭୂମିର ସେ ଆମ ଈଶ୍ବର
ଆମେ ତାହାଙ୍କର,ମେଷ ଆମେ ତାଙ୍କ ପଲର
୨. ଧନ୍ୟବାଦ ସହ ପ୍ରବେଶ ଦ୍ବାରରେ
ସ୍ତବଗାନ କରି ତାଙ୍କ ପ୍ରାଙ୍ଗଣରେ
ତାଙ୍କ ସ୍ତୁତି କର – ୨
ଧନ୍ୟବାଦ ଅର୍ପଣ କର, ସେ ଆମ ଈଶ୍ବର
ଆମେ ତାହାଙ୍କର ମେଷ ଆମେ ତାଙ୍କ ପଲର
୩. ସେ ମଙ୍ଗଳମୟ ଚିରକାଳ ପାଇଁ
ତାଙ୍କ ପ୍ରେମ ଦୟା କେବେ ସରେ ନାହିଁ
ତାଙ୍କ ବିଶ୍ଵସ୍ତତା-୩ ଅପାର
ସେ ଆମ ଈଶ୍ବର,ଆମେ ତାହାଙ୍କର ମେଷ ଆମେ ତାଙ୍କ ପଲର
SONG NO. 10
ଭଲ ଲାଗେ ମୋତେ ଯୀଶୁ ନାମ,ଯୀଶୁ ନାମ-୧
ଭଲ ପାଏ ଯାହାକୁ ମୋର ପ୍ରାଣ
ନିତି ଖୋଜେ ଯାହାକୁ ମୋ ପ୍ରାଣ,ସେଇ ତ ଯୀଶୁ ନାମ
୧. ପାଇଲି ଯେବେ ତାଙ୍କ ପ୍ରେମ,ତାଙ୍କ ପ୍ରେମ
କଳଙ୍କ ମନ ହେଲା ପୁଣ୍ୟ,ହେଲା ପୁଣ୍ୟ
ଏବେ କେମିତି ଭୁଲିବି ସେହି ନାମ,ସେଇ ନାମ ମୋ ପ୍ରିୟତମ
୨. ତାଙ୍କ ନିକଟ,ନିତି ବିତିଲେ ଦିନ
ମିଳଇ ଶାନ୍ତି,ପ୍ରାଣେ ସୁଖ,
ସେହି ପ୍ରେମିକ ମୋ ସହାୟକ
କରେ ମୁଁ ସଦା ତାଙ୍କ ଧାନ
ସେହି ଏହା ସାକ୍ଷୀ ମୋ ଜୀବନର
ସୁଖ ଦୁଃଖରେ ଅତି ନିଜର